ନୂଆଦିଲ୍ଲୀ,୧୨/୦୪: ଆରପାରିରେ ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ। ବଲିଉଡରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଯଗତରେ ଏକ ଯୁଗର ଅବସାନ ଘଟିଛି। ଗତକାଲି ତାଙ୍କୁ ହୃଦଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ଏବଂ ଫୁସଫୁସ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ। ୭୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ଆଶା। ଶାସ୍ତ୍ରୀୟ ସଙ୍ଗୀତ ବ୍ୟତୀତୀ ପପ୍, ଗଜଲ ଏବଂ ଲୋକଗୀତ ବି ଗାଇଛନ୍ତି ଆଶା। ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ କଣ୍ଠଦାନ କରିଆସୁଛନ୍ତି। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି।