ପାକିସ୍ତାନରେ ପୁଣି ବିଫଳ ହେଲା ଇରାନ-ଆମେରିକା ଶାନ୍ତି ଆଲୋଚନା

ନୂଆଦିଲ୍ଲୀ,୨୬/୦୪: ପାକିସ୍ତାନରେ ପୁଣି ବିଫଳ ହେଲା ଇରାନ-ଆମେରିକା ଶାନ୍ତି ଆଲୋଚନା । ଇସଲାମାବାଦରେ ହୋଇପାରିଲାନି ଇରାନ ଓ ଆମେରିକା ମଧ୍ୟରେ ସିଧାସଳଖ କଥାବାର୍ତ୍ତା । ଆମେରିକୀୟ ପ୍ରତିନିଧି ଦଳ ପାକିସ୍ତାନରେ ଆଉ କିଛି ସମୟ ପରେ ପହଞ୍ଚିବାକୁ ଥିବା ବେଳେ, ଏହା ପୂର୍ବରୁ ଫେରିଗଲେ ଇରାନର ପ୍ରତିନିଧି ଦଳ । ତେବେ ଏହା ପୂର୍ବରୁ ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘଚି ପାକିସ୍ତାନ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନାମୁଖ୍ୟ ଆସୀମ ମୁନିରଙ୍କ ସହ ଆଲୋଚନା କରିଛନ୍ତି ଅବାସ ଅରାଘଚି । ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଟ୍ରମ୍ପ୍ ସହମତି ପ୍ରକାଶ କରିଥିବା ବେଳେ ପ୍ରଥମରୁ ସିଧାସଳଖ ବୈଠକ ପାଇଁ ମନା କରିଥିଲା ଇରାନ । ଅନ୍ୟପଟେ ଇରାନ ଟିମ୍ ପାକିସ୍ତାନରୁ ପଳାଇଯିବା ପରେ ଆମେରିକୀୟ ପ୍ରତିନିଧି ଦଳ ମଧ୍ୟ ନିଜ ଗସ୍ତ ବାତିଲ କରିଦେଇଛି।