ଟ୍ରମ୍ପଙ୍କ ଯୁଦ୍ଧ ବିରତି ପ୍ରସ୍ତାବ ପୂର୍ବରୁ ପ୍ରତ୍ୟାଖାନ କଲା ଇରାନ, ଯୁଦ୍ଧର ସ୍ଥାୟୀ ସମାପ୍ତି ଉପରେ ଜୋର୍

ନୂଆଦିଲ୍ଲୀ, ୦୭/୦୪: ଟ୍ରମ୍ପଙ୍କ ଯୁଦ୍ଧ ବିରତି ପ୍ରସ୍ତାବ ପୂର୍ବରୁ ପ୍ରତ୍ୟାଖାନ କରିସାରିଛି ଇରାନ । ଇରାନ ଯୁକ୍ତରାଷ୍ଟ୍ର ଆମେରିକାର ଯୁଦ୍ଧବିରାମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ଏବଂ ପାକିସ୍ତାନ ମାଧ୍ୟମରେ ତାହାର ଉତ୍ତର ପଠାଇଛି । ତେହରାନ ଅସ୍ଥାୟୀ ଯୁଦ୍ଧବିରାମ ପାଇଁ ରାଜି ନାହିଁ ବରଂ ଯୁଦ୍ଧର ସ୍ଥାୟୀ ସମାପ୍ତି ଉପରେ ଜୋର୍ ଦେଇଛି । ଇରାନ ୧୦ ଧାରା ବିଶିଷ୍ଟ ଏକ ଫ୍ରେମ୍ୱ ୱାର୍କ ଆକାରରେ ଆମେରିକା ପ୍ରସ୍ତାବର ଉତ୍ତର ରଖିଛି । କେବଳ ଇରାନ ସୀମା ଭିତରେ ନୁହେଁ ବରଂ ଲେବାନନ୍ ଏବଂ ଗାଜାରେ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଦାବି କରିଛି । ଏଥିସହିତ ଏହା ନିଶ୍ଚିତ ଗ୍ୟାରେଣ୍ଟି ଚାହୁଛି ଯେ ଯୁଦ୍ଧ ପୁନର୍ବାର ଆରମ୍ଭ ହେବ ନାହିଁ ।ଏହା ସହିତ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ନିୟନ୍ତ୍ରଣକୁ ସ୍ବୀକୃତି ଦେବା, ଜଳପଥ ମଧ୍ୟ ଦେଇ ଯାତାୟାତ ନିୟନ୍ତ୍ରଣ କରିବାର ଅଧିକାର ଏବଂ ଜାହାଜଗୁଡ଼ିକୁ ଟୋଲ୍ ଆଦାୟ କରିବାର ଅଧିକାର ମଧ୍ୟ ଦାବି କରାଯାଇଛି ।