ଭୁବନେଶ୍ୱର,୦୯/୦୪: ଆସନ୍ତା ଶନିବାରଠୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ରାଜ୍ୟରେ ଆଜି ଓ କାଲି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ତେବେ ୧୧ ତାରିଖରୁ ଉପକୂଳ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ଖରା ଓ ଗରମ ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ୨୦ ଜିଲ୍ଲାକୁ ଜାରି ହୋଇଥିଲା ୟେଲୋ ଆଲର୍ଟ। ସେହିଭଳି ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡ଼ିଶାର ମାତ୍ର ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ୧୧ ତାରିଖରୁ ପ୍ରବଳ ଖରା ହେବାର ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ଅହସ୍ୟ ଖରା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।