ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଡାଉନ୍, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

ନୂଆଦିଲ୍ଲୀ,୧୯/୦୭: ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଡାଉନ୍ ହୋଇଯାଇଛି। ସାରା ବିଶ୍ୱରେ ୟୁଜରମାନେ ସେମାନଙ୍କର ଆକାଉଣ୍ଟଗୁଡ଼ିକୁ ଆକ୍ସେସ୍ କରିବାରେ ଏବଂ ମୌଳିକ ପ୍ଲାଟଫର୍ମ ବୈଶିଷ୍ଟ୍ୟଗୁଡ଼ିକୁ ବ୍ୟବହାର କରିବାରେ ଅସୁବିଧା ହେଉଥିବା ରିପୋର୍ଟ କରିଛନ୍ତି ବୋଲି ଆଉଟେଜ୍-ଟ୍ରାକିଂ ସେବା ଡାଉନଡିଟେକ୍ଟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଡାଉନଡିଟେକ୍ଟର ତଥ୍ୟ ରବିବାର ପୂର୍ବାହ୍ନ ୧୦:୩୯ ସମୟରେ ଫେସବୁକ୍ ସମସ୍ୟା ବୃଦ୍ଧି ପାଇଥିବା ରିପୋର୍ଟ ଦେଖାଇଥିଲା । ୟୁଜରମାନେ ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ଆକ୍ସେସ୍ କରିବା ଏବଂ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି, କିଛି ଲୋକ ଫେସବୁକର ଲିଙ୍କ୍ ହୋଇଥିବା ମେସେଞ୍ଜର ସେବା ମାଧ୍ୟମରେ ଫଟୋ ଏବଂ ଭିଡିଓ ଅପଲୋଡ୍ କରିପାରୁ ନାହାନ୍ତି କିମ୍ବା ବାର୍ତ୍ତା ପଠାଇ ପାରୁ ନଥିବା ଅଭିଯୋଗ କରିଛନ୍ତି। ଆକାଉଣ୍ଟ ଅସ୍ଥାୟୀ ଭାବରେ ଉପଲବ୍ଧ ନାହିଁ ବୋଲି ୟୁଜରମାନଙ୍କ ମେସେଜ୍ ଲେଖାହେଉଛି। ମେଟା ଏହି ବିଭ୍ରାଟ ପାଇଁ କୌଣସି ବିବୃତି ଜାରି କରିନାହିଁ।

Leave a Reply

Your email address will not be published. Required fields are marked *