କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ୪.୧ ଥିଲା

ଭୁବନେଶ୍ୱର, ୨୯/୦୪: କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ ହେଉଛି। କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜୟପାଟଣା, ଧର୍ମଗଡ, ଜୁନାଗଡ଼, କୋକସରା ଅଞ୍ଚଳରେ ମୃଦୁ ଭୂକମ୍ପ ପରେ ଛାନିଆ ଲୋକେ । ସଂପୃକ୍ତ ଅଞ୍ଚଳରେ ୪ ସେକେଣ୍ଡ ଧରି ଥରିଲା ମାଟି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୧ ଥିଲା ବୋଲି ସୂଚନା ମିଳିଛି । କୋକସରା ବ୍ଲକରେ ସନ୍ଧ୍ୟା ୭ଟା ୪୨ରୁ ୭ଟା ୪୩ ମଧ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତି ହୋଇଥିବା ଜଣାପଡ଼ିଛି ।