ପୁନଃ ବ୍ୟବହାର ହେବ ଡ୍ରେନ୍ ପାଣି, ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର,୨୯/୦୪: ପୁନଃ ବ୍ୟବହାର ହେବ ଡ୍ରେନ୍ ୱାଟର । ଆଉ ନଷ୍ଟ ହେବନି ଡ୍ରେନ ପାଣି । ଜଳ ସଙ୍କଟକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ । ନାଳ, ନର୍ଦ୍ଦମାରେ ବୋହି ଯାଉଥିବା ଦୂଷିତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବ । ଏହି ପାଣିକୁ କୃଷି, ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ କରାଯିବ ବ୍ୟବହାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଡ୍ରେନ୍‌ରେ ବହିଯାଉଥିବା ପାଣିକୁ କିଭଳି ବିଶୋଧନ କରାଯାଇ ପୁନଃ ବ୍ୟବହାର କରାଯାଇ ପାରିବ । ସେନେଇ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେହିପରି ସହରାଞ୍ଚଳର ପୁଷ୍କରିଣୀ ପୁନଃରୁଦ୍ଧାର ହୋଇ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।