କୋଟିଆରେ ଥିବା ଆନ୍ଧ୍ରର ଚେକ୍ ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ ନେଲା ଓଡ଼ିଶା ପୋଲିସ

ଭୁବନେଶ୍ୱର,୦୫/୧୧: କୋଟିଆ ସୀମା ବିବାଦ ମଧ୍ୟରେ ଆନ୍ଧ୍ରର ଚେକ୍ ପୋଷ୍ଟକୁ ନେଇ ବଡ଼ ଖବର। କୋଟିଆ ପଞ୍ଚାୟତର ଉପର ସେମ୍ବି ଗାଁରେ ଥିବା ଆନ୍ଧ୍ରର ଚେକ୍ ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ ନେଇଛି ଓଡ଼ିଶା ପୋଲିସ । ଦୀର୍ଘ ଦିନ ଧରି ଏହି ଚେକ୍ ପୋଷ୍ଟ ଜରିଆରେ ଆନ୍ଧ୍ର ପୋଲିସ କୋଟିଆ ଅଞ୍ଚଳର ଗତିବିଧି ଉପରେ ନଜର ରଖୁଥିବା ଅଭିଯୋଗ ରହିଥିଲା ।ସୂଚନା ଅନୁସାରେ, ଉପର ସେମ୍ବି ଗାଁରେ ଥିବା ଏହି ଚେକ୍ ପୋଷ୍ଟରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ଏହା ମାଧ୍ୟମରେ କୋଟିଆ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଉଥିବା କୁହାଯାଉଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଏକ ଚର୍ଚ୍ଚକୁ ପୁଲିସ ଫାଣ୍ଡି ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚେକ୍ ପୋଷ୍ଟଟି ସାଧାରଣ ଲୋକଙ୍କ ନଜରକୁ ସେତେଟା ଆସୁନଥିଲା ବୋଲି କୁହାଯାଉଛି ।ଏହି ଚେକ୍ ପୋଷ୍ଟକୁ ନେଇ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସୂଚନା ରହିଛି । ତେବେ ଏ ସମ୍ପର୍କରେ ଓଡ଼ିଶା ପୁଲିସ ଜାଣିବା ପରେ ଚେକ୍ ପୋଷ୍ଟକୁ ହଟାଇବା ସହ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *