ନୂଆଦିଲ୍ଲୀ,୨୪/୦୫: ଆମେରିକା କଣ ଖୁବଶୀଘ୍ର କୌଣସି ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି? କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ପରେ ଏବେ ସାରା ବିଶ୍ୱରେ ଏହି ପ୍ରଶ୍ନ ଉଠିବାକୁ ଲାଗିଛି । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏଭଳି ଏକ ଚିତ୍ର ସେୟାର କରିଛନ୍ତି, ଯାହା ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛି । ଏହି ଚିତ୍ରରେ ଇରାନର ମାନଚିତ୍ର ଉପରେ ଆମେରିକାର ପତାକା ଲାଗିଥିବାର ଦେଖାଯାଉଛି ଏବଂ ସେଥିରେ ଲେଖାଅଛି— ‘ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ମିଡିଲ୍ ଇଷ୍ଟ’ । ଟ୍ରମ୍ପ ଏହା ସହ କୌଣସି ବୟାନ ଲେଖିନାହାନ୍ତି ଯାହା ଏହି ରହସ୍ୟକୁ ଆହୁରି ବଢ଼ାଇ ଦେଇଛି । ବିଶେଷଜ୍ଞମାନେ ଏହାକୁ ଇରାନ ଉପରେ ଚାପ ପକାଇବା ଏବଂ ଆମେରିକାର ଶକ୍ତି ପ୍ରଦର୍ଶନର ଏକ ରଣନୀତି ବୋଲି ଦେଖୁଛନ୍ତି ।