ନୂଆଦିଲ୍ଲୀ,୨୫/୦୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇ ଦେଇଛନ୍ତି। NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିବାଦ ଏବଂ ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେବା ସହ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା ସଂସ୍କାର ପାଇଁ ସମର୍ପିତ ରହିଛନ୍ତି । ୩ ମେ’ ୨୦୨୬ରେ ଅନୁଷ୍ଠିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ସହ ୨୧ ଜୁନରେ ପୁନଃ ପରୀକ୍ଷା କରାଯାଇଥିଲା । କିନ୍ତୁ କିଛି ଲୋକ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ତାଙ୍କୁ ଗଭୀର ଦୁଃଖ ଦେଇଛି।