ଆସୁଛି ବାତ୍ୟା ଅର୍ଣ୍ଣବ,ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ !

ଭୁବନେଶ୍ୱର,୨୩/୧୦: ଆସୁଛି ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ। ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତାକାଲି ଅବପାତର ରୂପ ନେଇପାରେ ଲଘୁଚାପ। ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ। ୨୬ରେ ବାତ୍ୟାରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ। ଦକ୍ଷିଣ ଓଡ଼ିଶା ଦେଇ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ବାତ୍ୟା। ବାତ୍ୟା ରୂପ ନେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *