ନୂଆଦିଲ୍ଲୀ,୨୨/୧୦: ତିବ୍ବତରେ ଅନୁଭୂତ ହୋଇଛି ଭୂମିକମ୍ପର ତୀବ୍ର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି । ଏପର୍ଯ୍ୟନ୍ତ ଧନଜୀବନ ହାନି ନେଇ କୌଣସି ସୂଚନା ମିଳିନାହିଁ । ତେବେ ଅନେକ ଅଞ୍ଚଳରେ ପାହାଡ଼ରୁ ପଥର ଖସିବା ସହ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂମିକମ୍ପ ପରେ ଚୀନ୍ର ଅଧିକାରୀମାନେ ତିବ୍ବତର ସ୍ଥିତି ଉପରେ ନଜର ରଖିଛନ୍ତି ।