ତିବ୍ଦତରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ,୨୩/୧୦: ଗତକାଲି ତିବ୍ଦତରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଚାଇନା ଆର୍ଥକ୍ୱାକ୍ ନେଟୱାର୍କସ ସେଣ୍ଟର ତଥ୍ୟ ଅନୁଯାୟୀ ଉତ୍ତର ତିବ୍ଦତର ନାଗକୁକାଉଣ୍ଟି ଭୂକମ୍ପ ଝଟକାରେ ଥରି ଉଠିଛି । ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି। ଏହି ଭୂମିକମ୍ପରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ୩୨ ଜଣ ଆହତଙ୍କୁ ଘର ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଭୂକମ୍ପ ଝଟକାରେ ୩୩୯ ଘର ଭାଙ୍ଗି ମାଟିରେ ମିଶିଛି । ବହୁ ଲୋକ ଏବେ ଘରର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଚୀନ ପ୍ରଶାସନ ପକ୍ଷରୁ ନାଗକୁ ସହରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଞ୍ଚଳରେ ଆକସ୍ମିକ ବନ୍ୟା ତାଣ୍ଡବ ରଚିବାର କିଛି ସପ୍ତାହ ପରେ ଏହି ଭୂମିକମ୍ପ ହୋଇଥିବାରୁ ହିମାଳୟ ଅଞ୍ଚଳରେ ପୁଣି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *