ନୂଆଦିଲ୍ଲୀ,୧/୦୬: ଏଲ୍ପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ୧୯ କେଜି କମର୍ସିଆଲ୍ ଗ୍ୟାସ୍ ଦର ୪୨ରୁ ୫୩ ଟଙ୍କା ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି । ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇ ୩,୧୧୩.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ଏହା ୫୩.୫୦ ଟଙ୍କା ବୃଦ୍ଧି ସହ ୩,୨୫୫.୫୦ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ କମର୍ସିଆଲ୍ ଗ୍ୟାସ୍ ଏବେ ୩,୦୨୪ ଟଙ୍କାରୁ ବଢ଼ି ୩,୦୬୭.୫୦ ଟଙ୍କା ହୋଇଯାଇଛି ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୩,୨୩୭ ଟଙ୍କାରୁ ବୃଦ୍ଧି ପାଇ ୩,୨୮୩ ଟଙ୍କା ହୋଇଛି ।ସୂଚନା ଅନୁଯାୟୀ ୫ କେଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ୧୧ ଟଙ୍କା ବୃଦ୍ଧି କରାଯାଇଛି ।