ଉତ୍‌କ୍ଷେପଣର ୫ ମିନିଟ୍ ପୂର୍ବରୁ ବିକ୍ରମ-୧ର ସାମୟିକ ସ୍ଥଗିତ

ଭୁବନେଶ୍ୱର,୧୮/୦୭: ସ୍କାଏରୁଟ୍ ଏରୋସ୍ପେସର ‘ମିସନ୍ ଆଗମନ’ ଅନ୍ତର୍ଗତ ପ୍ରଥମ ଘରୋଇ କ୍ଷେତ୍ରର ରକେଟ ‘ବିକ୍ରମ-୧’ର ଉତ୍‌କ୍ଷେପଣକୁ ସାମୟିକ ସ୍ଥଗିତ ରଖାଯାଇଛି। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଉତ୍‌କ୍ଷେପଣ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ଧାର୍ଯ୍ୟ ସମୟର ୫ ମିନିଟ୍ ପୂର୍ବରୁ ରକେଟ୍‌ରେ କିଛି ଯାନ୍ତ୍ରିକ ସମସ୍ୟା ଚିହ୍ନଟ ହେବା ପରେ ଉତ୍‌କ୍ଷେପଣକୁ କିଛି ସମୟ ପାଇଁ ବିଳମ୍ବ କରାଯାଇଥିବା ଜଣାପଡିଛି। ମଧ୍ୟାହ୍ନ ୧୨ଟା ୫ରେ ଏହାର ଉତ୍‌କ୍ଷେପଣ କରାଯିବ। ପୂର୍ବରୁ ସ୍କାଏରୁଟ୍ ଏବେ ସ୍ପଷ୍ଟ କରିଛି ଯେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ସମାପ୍ତ ହୋଇଛି ଏବଂ ବିକ୍ରମ-୧ ଖୁବ୍ ଶୀଘ୍ର ଉତ୍‌କ୍ଷେପଣ କରାଯିବ।