ଭୁବନେଶ୍ୱର,୦୮/୦୫:ତାମିଲନାଡୁରେ ଝୁଲା ବିଧାନସଭା ରାୟ ଆସିଛି। ବିଜୟ ତାଙ୍କ ପ୍ରଥମ ରାଜନୈତିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଟିଭିକେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରି ପାରିଛି। ଆସନ୍ତାକାଲି ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଚେନ୍ନାଇରେ ଏକ ଭବ୍ୟ ସମାରୋହରେ ସେ ଶପଥ ଗ୍ରହଣ କରିବେ। ଟିଭିକେକୁ ଆଜି ଔପଚାରିକ ଭାବେ ଭିସିକେ (ବିଦୁଥଲାଇ ଚିରୁଥଇଗଲ କାଚି) , ସିପିଆଇ ଏବଂ ସିପିଏମ୍ ସହଯୋଗର ହାତ ବଢ଼ାଇଛନ୍ତି। ଏହାଦ୍ବାରା ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଦଳ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ହାସଲ କରିଛି । ଏହାଦ୍ବାରା ଜିତିକି ବି ହାରିବାକୁ ଯାଉଥିବା ବିଜୟଙ୍କର ଆଜି ପୁଣିଥରେ ବଡ଼ ବିଜୟ ହୋଇଛି। ସଂଖ୍ୟା ଖେଳରେ ବିଜୟ ଜିତିବା ସହ ତାମିଲନାଡ଼ୁରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିଛି।ବିଜୟଙ୍କ ଦଳ ଟିଭିକେ ତାମିଲନାଡ଼ୁରେ ଦୀର୍ଘ ୫୦ ବର୍ଷର ଦ୍ରାବିଡ଼ ଗଡ଼ ଭାଙ୍ଗି ୧୦୮ ଆସନରେ ବିଜୟୀ ହୋଇଥିଲା। ୧୧୮ ବିଧାୟକଙ୍କ ଲିିଖିତ ସମର୍ଥନ ସହ ଆସିବାପାଇଁ ରାଜ୍ୟପାଳ ବିଜୟଙ୍କୁ କହିଥିଲେ।