ଅବଦୂର୍ ରେହମାନ ନିର୍ଦ୍ଦୋଷରେ ଖଲାସ, ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ୱର,୨୬/୦୫: ଅବଦୂର୍ ରେହମାନ ନିର୍ଦ୍ଦୋଷରେ ଖଲାସ ହେଲେ । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ କଟକ ଜିଲ୍ଲା ଦୌରା ଜଜ । ୨୦୧୫ ଡିସେମ୍ବର ୧୬ରେ କଟକ ଜଗତପୁର ନିକଟରୁ ରେହମାନକୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୁଲିସ୍ ୨୦୧୫ ଓ ୨୦୧୬ରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ବିରୋଧରେ ୨୦୧୭ରେ ଚାର୍ଜସିଟ ଦାଖଲ କରିଥିଲା । ଅଲକାଏଦା ଇଣ୍ଡିଆନ ସବ କଣ୍ଟିନେଣ୍ଟ ଲିଙ୍କରେ ଅବଦୂରଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ପୂର୍ବରୁ ଜାମସେଦପୁର କୋର୍ଟ ମଧ୍ୟ ନିର୍ଦ୍ଦୋଷ ଘୋଷଣା କରିଥିଲେ । ଦିଲ୍ଲୀ କୋର୍ଟ ତାଙ୍କୁ ୭ ବର୍ଷର ସଜା ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *