ନୂଆଦିଲ୍ଲୀ,୧୪/୦୯: ଦକ୍ଷିଣ ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା । ଦୁଇଟି ମିନିବସ୍ ଟାକ୍ସି ଏବଂ ଅନ୍ୟ ଏକ ଗାଡ଼ି ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ଅତିକମ୍ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କେପ୍ ଟାଉନ୍ଠାରୁ ପ୍ରାୟ ୩୮୦ କିଲୋମିଟର ପୂର୍ବରେ ଥିବା ପଶ୍ଚିମ କେପ୍ ପ୍ରୋଭିନ୍ସର ପ୍ରିନ୍ସ ଆଲବର୍ଟ ଓ ଲିଉ-ଗାମକା ମଧ୍ୟରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ଦୁଇଟି ମିନିବସ୍ ଟ୍ୟାକ୍ସି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ପଛରୁ ଆସୁଥିବା ଏକ ଏସ୍ୟୁଭି (SUV) ଗାଡ଼ି ସେଗୁଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।