ବଙ୍ଗୋପସାଗରରେ ଆସୁଛି ପୁଣି ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର,୧୪/୦୯: ବଙ୍ଗୋପସାରଗରେ ପଛକୁ ପଛ ଆସୁଛି ଲଘୁଚାପ। ଗୋଟିଏ ଲଘୁଚାପ ଦୁର୍ବଳ ହେଲାବେଳକୁ ତା ପଛକୁ ଆସୁଛି ଆଉ ଗୋଟିଏ।  ଆଗକୁ ଆଉ ଏକ ଲଘୁଚାପ ଆସୁଥିବା ଆକଳନ କରିଛି ପାଣିପାଗ ବିଭାଗ। ସେପ୍ଟେମ୍ବର ୨୦ରୁ ୨୩ ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ, ପରେ ଏହା ଲଘୁଚାପର ରୂପ ନେଇପାରେ। ଏହାର ଗତିପଥ ଓ ପ୍ରଭାବ ଉପରେ ଏବେଠାରୁ ନଜର ରହିଛି। ସମ୍ଭାବ୍ୟ ଲଘୁଚାପଟି ପ୍ରାୟ ୨୨ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିପାରେ। ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ ସ୍ପଷ୍ଟ ହେଇନାହିଁ। ତେବେ ସିଷ୍ଟମ୍‌ଟି ଲଘୁଚାପରେ ପରିଣତ ହେଲେ ଓଡ଼ିଶାରେ ବର୍ଷା ବଢ଼ିପାରେ।ଏପଟେ ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ଆସନ୍ତା ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇପାରେ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ଭାରି ବର୍ଷା ପାଇଁ ହଳଦିଆ ସତର୍କତା ଜାରି ହୋଇଛି।

Leave a Reply

Your email address will not be published. Required fields are marked *