ମନ କି ବାତ କାର୍ଯ୍ୟକ୍ରମରେ ଆଗୁଆ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ମୋଦୀ ମନ କି ବାତ’ ଜରିଆରେ ଉଲ୍ଲେଖ କରିଛନ୍ତି ଯେ ମଇ ମାସ ଏକ ଶୁଭ ଅବସରରେ ଆରମ୍ଭ ହେବ ଏବଂ କିଛି ଦିନ ମଧ୍ୟରେ ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବ । ସେ ଏହି ଅବସରରେ ଦେଶବାସୀଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ବାର୍ତ୍ତା ଆଜି ମଧ୍ୟ ପୂର୍ବ ପରି ପ୍ରାସଙ୍ଗିକ । ବୁଦ୍ଧ ଶିକ୍ଷା ଦେଇଥିଲେ ଯେ ଶାନ୍ତି ନିଜ ଭିତରେ ଆରମ୍ଭ ହୁଏ ।ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାଖ୍ୟା କରି କହିଛନ୍ତି ଯେ ବୁଦ୍ଧଙ୍କ ବାର୍ତ୍ତାରେ ଏହା ମଧ୍ୟ କୁହାଯାଇଛି ଯେ ନିଜକୁ ଜୟ କରିବା ହେଉଛି ସର୍ବୋତ୍ତମ ବିଜୟ।