ଭୁବନେଶ୍ୱର, ୨୬/୦୪: ଉମରକୋଟବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନରୁ ଲାଗି ରହିଥିବା ରନ୍ଧନ ଗ୍ୟାସ ସମସ୍ୟାର ଅନ୍ତ ଘଟିଛି। ଏଣିକି ଉପଭୋକ୍ତାଙ୍କୁ ଗ୍ୟାସ ପାଇଁ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବନି, ମାତ୍ର ୨୫ ଦିନରେ ମିଳିବ ସିଲିଣ୍ଡର। ମଧ୍ୟ-ପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଆଳରେ ଗ୍ୟାସ ବଣ୍ଟନ ଅବଧି ବଢ଼ାଇ ଦିଆଯାଇଥିବାରୁ ଲୋକେ ଅସନ୍ତୁଷ୍ଟ ଥିଲେ। ରାସ୍ତାକୁ ଓହ୍ଲାଇ ପ୍ରତିବାଦ ମଧ୍ୟ କରୁଥିଲେ ବିରୋଧୀ ଦଳ। ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ୱାଭାବିକ ହୋଇଛି ବ୍ୟବସ୍ଥା। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦୀର୍ଘ ଦିନ ହେବ ଏଠାରେ ରନ୍ଧନ ଗ୍ୟାସର ସୁଗମ ବଣ୍ଟନକୁ ନେଇ ଦେଖାଦେଇଥିଲା ବିବାଦ।