ଭୁବନେଶ୍ୱର, ୦୫/୦୪: ରାଜଧାନୀ ଭୁବନେଶ୍ୱରରେ ନାଦିଲା ବର୍ଷା । ବର୍ଷା ଲାଗି ସାମାନ୍ୟ ଏ ପ୍ରଚାଙ୍ଗ ଖରାରୁ ଆଶ୍ୱସ୍ତି ପାଇଛନ୍ତି ରାଜଧାନୀବାସୀ। ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରୁଛି। ସକାଳେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିଲା। ଆଉ ଠିକ୍ ସାଢ଼େ ଗୋଟାଏ ବେଳକୁ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। ଧୀରେ ଧୀରେ ଅପରାହ୍ନ ହେବା ସମୟରେ ଝିପ୍ ଝିପ୍ ବର୍ଷା ସହ ଘଡଘଡି ମଧ୍ୟ ହୋଇଥିଲା । ସେହିପରି ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତରେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ପ୍ରାୟ ଏକ ଘଣ୍ଟା ଲାଗି ରହିଥିବା ବେଳେ ଭଞ୍ଜନଗର ବ୍ଲକର ଗାଲେରି, ତାରାସିଙ୍ଗି, ହରିଗଡ ଓ ବଦାଙ୍ଗି ଭଳି ଅନେକ ଗାଁ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ଗଛ ପତ୍ର ଭାଙ୍ଗିଥିବା ଖବର ମିଳିବା ସହ ଘର ଦ୍ବାର ପ୍ରଭାବିତ ହୋଇଥିବା କୁହାଯାଉଛି।