ବାରାମତି ଉପନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ଜିତିବାକୁ କଂଗ୍ରେସର ସମର୍ଥନ ଲୋଡ଼ିଲେ ସୁନେତ୍ରା ପାୱାର

ନୂଆଦିଲ୍ଲୀ,୦୫-୦୪: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ଅଧ୍ୟକ୍ଷା ସୁନେତ୍ରା ପାୱାର ବାରାମତି ଉପନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ଜିତିବାକୁ କଂଗ୍ରେସର ସମର୍ଥନ ଲୋଡ଼ିଛନ୍ତି। କଂଗ୍ରେସ ଏହି ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ସୁନେତ୍ରା ପାୱାର ରବିବାର ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହର୍ଷବର୍ଦ୍ଧନ ସପକଲଙ୍କୁ ଫୋନ୍‌ କରି ଉପନିର୍ବାଚନ ନିର୍ଦ୍ବନ୍ଦ୍ବରେ ଜିତିବା ସୁନିଶ୍ଚିତ କରିବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ତାଙ୍କ ଦାବିକୁ ସ୍ବୀକାର କରିବା ସପକ୍ଷରେ ନାହିଁ। ସୋମବାର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି।କଂଗ୍ରେସ ପ୍ରାର୍ଥୀ ଆକାଶ ମୋରେ ଏଠାରୁ ଉପନିର୍ବାଚନ ଲଢ଼ି ପାରନ୍ତି।