ଭୁବନେଶ୍ୱର,୦୫/୦୪: ରାଜ୍ୟରେ ଏଣିକି ଖୋଲାରେ ଗ୍ୟାସ ବିକ୍ରି ମନା । ବଜାରରେ ୩ ଦିନରେ ୧୨୫ ରୁ ଅଧିକା ଗ୍ୟାସ ସଲିଣ୍ଡର ଜବତ ହୋଇଛି । ପ୍ରଶାସନର ପଦକ୍ଷେପକୁ ନେଇ ଛାନିଆ ଦଲାଲ । କଳା ବଜାରି କରୁଥିବା ଲୋକଙ୍କୁ ଧରିବା ପାଇଁ କୋରାପୁଟ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ । ପୁଲିସ୍ , ପୌର ପାଳିକା, ଯୋଗାଣ ବିଭାଗ ଓ ତହସିଲ ବିଭାଗ ଦ୍ୱାରା ଚାଲିଥିବା ମିଳିତ ଅପରେସନ ରେ କୋରାପୁଟ ଜିଲ୍ଳାର ପ୍ରତିଟି ବ୍ଳକରେ ଚାଲିଛି ଧରପଗଡ଼ ଅଭିଯାନ । ୧୪ ଟି ବ୍ଳକ ରୁ ବର୍ତ୍ତମାନ ସୁଦ୍ଦା ୧୨୫ ରୁ ଉର୍ଦ୍ଦ ଗ୍ୟାସ ସିଲିଣ୍ଡର କୁ ଜବତ କରି ନିଜହେପାଜତରେ ରଖିଛି । ଜୟପୁର ରେ ୮୨ ଟି ରହିଥିବା ବେଳେ ବୋରିଗୁମ୍ମା ରୁ ୩୧ ଟି ଜବତ କରାଯାଇଛି । ପ୍ରତି ଦିନ ଏହି ଅଭିଯାନ ଚାଲିବ, ତେଣୁ ଦଲାଲ ମାନେ ସଜାଗ ହୋଇ ଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଜିଳ୍ଳା ଯୋଗାଣ ଅଧିକାରାୀ ।