ତେହେରାନରେ ଆକ୍ରମଣରେ ଇରାନର ଅନେକ ଶୀର୍ଷ ସାମରିକ ନେତାଙ୍କ ମୃତ୍ୟୁ ନେଇ ଟ୍ରମ୍ପଙ୍କ ଦାବି

ନୂଆଦିଲ୍ଲୀ,୦୫/୦୪: ତେହେରାନରେ ଏକ ବଡ଼ ଆକ୍ରମଣରେ ଇରାନର ଅନେକ ଶୀର୍ଷ ସାମରିକ ନେତାଙ୍କ ମୃତ୍ୟୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଦାବି କରିଛନ୍ତି । ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଦାବି କରିଛନ୍ତି । ଇରାନର ଅନେକ ଶୀର୍ଷ କମାଣ୍ଡରଙ୍କୁ ନିପାତ କରାଯାଇଛି । ସେ ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ପ୍ରବଳ ବିସ୍ଫୋରଣ ଏବଂ ବିମାନର ଶବ୍ଦ ଶୁଣାଯାଉଛି । ରାଷ୍ଟ୍ରପତି ଆକ୍ରମଣର ସମୟ ବିଷୟରେ ଆଉ କୌଣସି ବିବରଣୀ ପ୍ରଦାନ କରିନାହାନ୍ତି । ସେ କେଉଁ ଇରାନୀ ସାମରିକ ନେତାଙ୍କ କଥା କହୁଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି । ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ କରିବା ପାଇଁ ଟ୍ରମ୍ପଙ୍କ ୧୦ ଦିନିଆ ଅଲଟିମେଟମ୍ ଶେଷ ହେବାକୁ ଯାଉଥିବା ବେଳେ ଆକ୍ରମଣ ସମ୍ପର୍କରେ ଘୋଷଣା କରାଯାଇଛି । ଟ୍ରମ୍ପ ଶନିବାର କହିଥିଲେ, କେବଳ ୪୮ ଘଣ୍ଟା ବାକି ଅଛି ଏବଂ ଚେତାବନୀ ଦେଇଥିଲେ, ଯଦି ହର୍ମୁଜ୍ ପ୍ରଣାଳୀ ଖୋଲା ନ ଯାଏ,ତେବେ ଆମେରିକା ଇରାନ ଉପରେ ଭୟଙ୍କର ପ୍ରହାର କରିବ । ଇରାନର ଅନେକ ସାମରିକ ନେତା ଆକ୍ରମଣରେ ନିପାତ କରାଯାଇଥିବା ଟ୍ରମ୍ପ ଦାବି କରିଛନ୍ତି।