ଭୁବନେଶ୍ୱର,୩୦/୦୩: ରାଜ୍ୟରେ ବାଦ୍ ପଡ଼ିଛନ୍ତି ସାଢ଼େ ୭ଲକ୍ଷରୁ ଅଧିକ ଭୋଟର । ବିଧାନସଭାରେ ଏନେଇ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରୁ ବାଦ୍ ପଡ଼ିଲେଣି ୭ଲକ୍ଷ ୬୮ ହଜାର ୫୨୧ ଭୋଟର। ଗୋଟିଏ ବର୍ଷ ଅର୍ଥାତ୍ ୬ ଜାନୁଆରୀ ୨୦୨୫ରୁ ୨୨ ମାର୍ଚ୍ଚ ୨୦୨୬ ଭିତରେ ବିଭିନ୍ନ କାରଣରୁ ବାଦ୍ ପଡ଼ିଛନ୍ତି ଏହି ଭୋଟର। ସେଥିରୁ ୪ ଲକ୍ଷ ୨୦ ହଜାର ୪୯୫ ମହିଳା ଭୋଟର ବାଦ ପଡିଥିବା ବେଳେ ପୁରୁଷ ଭୋଟର ୩ଲକ୍ଷ ୪୭ ହଜାର ୩୭୪ ଜଣ ବାଦ୍ ପଡ଼ିଛନ୍ତି। ମୃତ୍ୟୁଜନିତ କାରଣ ପାଇଁ ୨ ଲକ୍ଷ ୩ ହଜାର ୩୯୬ ଭୋଟର ଏବଂ ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୮ହଜାର ୧୩୨ ଭୋଟର ବାଦ୍ ପଡ଼ିଛନ୍ତି। ସେହିପରି ଏକାଧିକ ସ୍ଥାନରେ ଥିବା ଯୋଗୁଁ ୧ ଲକ୍ଷ ୫୪ ହଜାର ୩୧୮ ଭୋଟର ବାଦ୍ ପଡ଼ିଥିବା ବେଳେ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ ପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୪୪ ହଜାର ୭୨୬ ଭୋଟର, କଟକରେ ୭୪ ହଜାର ୮୮୧ ଭୋଟର, ଗଞ୍ଜାମ ୪୭ ହଜାର ୯୮୯ ଭୋଟର, କେନ୍ଦ୍ରାପଡ଼ାରେ ୨୯ ହଜାର ୪୯୫, ମୟୂରଭଞ୍ଜରେ ୨୭ ହଜାର ୫୨୭, କେନ୍ଦୁଝରରେ ୩୮ ହଜାର ୬୪୮, ଅନୁଗୁଳରେ ୩୭ ହଜାର ୯୨୭ ଭୋଟର ବାଦ ପଡ଼ିଛନ୍ତି। ନୂତନ ଭୋଟର ଭାବେ ୫ ଲକ୍ଷ ୬୭ ହଜାର ୩୪ ଜଣ ଆବେଦନ କରିଛନ୍ତି।