ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୪୫ ଡିଗ୍ରୀ ପାର କଲା ଝାରସୁଗୁଡା ତାପମାତ୍ରା

ଭୁବନେଶ୍ୱର,୨୦/୦୫: ଓଡ଼ିଶାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାରା ରାଜ୍ୟରେ ପାରଦ ଉପରମୁହାଁ ହେବାରେ ଲାଗିଛି। ଦିନ ବଢ଼ିବା ସହିତ ତାପମାତ୍ରା ଆକାଶଛୁଆଁ ହେଉଛି। ଏହା ସାଙ୍ଗକୁ ପ୍ରବଳ ଝାଞ୍ଜି ପବନ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ବିଶେଷ କରି ଝାରସୁଗୁଡ଼ାରେ ପରିସ୍ଥିତି ଅସମ୍ଭାଳ ରୂପ ଧାରଣ କରିଛି। ଝାରସୁଗୁଡ଼ାରେ ଆଜି ୪୫ ଡିଗ୍ରି ପାର୍‌ କରିଛି ତାପମାତ୍ରା। ସକାଳୁ ରାତି ଯାଏଁ ସ୍ଥାନୀୟ ବାସିନ୍ଦା ଗରମରେ ଆଉଟୁପାଉଟୁ ହେଉଛନ୍ତି।

Leave a Reply

Your email address will not be published. Required fields are marked *