ଆସୁଛି ଅସମ୍ଭାଳ ତାତି, ୩ ଦିନରେ ତାପମାତ୍ରା ବଢ଼ିବ ୩ ଡିଗ୍ରି !

ଭୁବନେଶ୍ୱର,୧୮/୦୫: କିଛି ଦିନର ଆଶ୍ୱସ୍ତି ପରେ ପୁଣି ଏବେ ଦୁଇ ଦିନ ହେଲା ପୁଣି କଲବଲ କଲାଣି ଭୀଷଣ ଗରମ ଓ ଗୁଳୁଗୁଳି । ଓଡ଼ିଶାରେ ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି । ତେବେ ଆଗକୁ ଆହୁରି ୩ ଦିନ ତାପମାତ୍ରା ବଢ଼ିବ ଏବଂ କିଛି ଦିନ ଭିତରେ ପାରଦ ୪୫ଡିଗ୍ରି ଛୁଇଁପାରେ ବୋଲି ଆକଳନ କରାଯାଉଛି । ଓଡ଼ିଶାରେ ତାତି ପୁଣି ତାଉ ଦେଖାଇବା ଆରମ୍ଭ କରିଛି । ପ୍ରଚଣ୍ଡ ଖରା, ଭୀଷଣ ଗରମ ଓ ଅସହ୍ୟ ଗୁଳୁଗୁଳି । ଏସବୁ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଥିବା ବେଳେ, ଆଗକୁ ଆହୁରି ଉପରମୁହାଁ ହେବ ପାରଦ । ଗତ ଏପ୍ରିଲ ୨୮ରେ ଝାରସୁଗୁଡ଼ା ତାପମାତ୍ରା ୪୫.୩ ଡିଗ୍ରୀ ହୋଇଥିବା ବେଳେ, ମେ’ ୨୧-୨୨ ବେଳକୁ ପାରଦ ପୁଣି ୪୫ ଡିଗ୍ରି ଛୁଇଁପାରେ ।

Leave a Reply

Your email address will not be published. Required fields are marked *