ରେକର୍ଡ ଭାଙ୍ଗୁଛି ତାତି, ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି

ଭୁବନେଶ୍ୱର, ୨୯/୦୪: ରେକର୍ଡ ଭାଙ୍ଗୁଛି ତାତି। ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି। ଝାରସୁଗୁଡ଼ା ପୁଣିଥରେ ଉତ୍ତପ୍ତ ହୋଇଛି। ୪୫.୩ ଡିଗ୍ରି ତାପମାତ୍ରା ସହ ରେକର୍ଡ କରିଛି ଝାରସୁଗୁଡ଼ୁା। ଏପ୍ରିଲ ମାସରେ ସର୍ବକାଳୀନ ତାପମାତ୍ରାର ରେକର୍ଡ କରିଛି। ସେହିପରି ସମ୍ବଲପୁର ଓ ହୀରାକୁଦରେ ପାରଦ ୪୩ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ୪୩. ୫ ଏବଂ ହୀରାକୁଦରେ ୪୩. ୪ ଡିଗ୍ରି ରେକର୍ଡ ହୋଇଛି। ରାଉରକେଲାରେ ୪୦. ୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝରରେ, ୩୯.୭ ଡିଗ୍ରି, ଚାନ୍ଦବାଲିରେ ୩୭.୬, ବାଲେଶ୍ବରରେ ୩୭ ଡିଗ୍ରି ରେକର୍ଡ ହୋଇଛି। ଉପକୂଳରେ ତାପମାତ୍ରା ବେଶୀ ନଥିଲେ ବି ଗୁଳୁଗୁଳି ଅନୁଭୂତ ହେଉଛି। ସେପଟେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଆଣିଛି ଆଶ୍ବସ୍ତି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇ ଥିବା ବେଳେ ପବନର ବେଗ ଅଧିକ ରହିଛି। ଏହି ବର୍ଷା ଓ ପବନରେ ଅସହ୍ୟ ଗୁଳୁଗୁଳିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ଆଣିଛି।