ରାଜ୍ୟରେ ଆଗାମି ୫ଦିନ ଯାଏ ଲାଗି ରହିବ କାଳ ବୈଶାଖୀ ବର୍ଷା !

ଭୁବନେଶ୍ୱର,୨୭/୦୪: ଲଗାତାର ଦୁଇ ସପ୍ତାହ ଅସହ୍ୟ ତାତି ପରେ ଆଜିଠୁ କମିବ। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡ଼ିଶା ଏବେ ବି ଜଳୁଛି। ସେପଟେ ପାଣିପାଗ ବିଭାଗର ଆକଳନ ୨୮ରୁ ବଦଳିବ ପାଗ। ରାଜ୍ୟରେ ଆଗାମି ୫ଦିନ ଯାଏ ଲାଗି ରହିବ କାଳ ବୈଶାଖୀ ବର୍ଷା। ବିଭିନ୍ନ ସ୍ଥାନରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏପ୍ରିଲ ୨୮ରୁ ମେ’ ୨ ତାରିଖ ପର୍ୟ୍ୟନ୍ତ କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ୟେଲୋ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର। ଏହାସହ କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଆଲର୍ଟ ଜାରି ହୋଇଛି। ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ  ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ସର୍ବାଧିକ ୬୬ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।