ଇରାନ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ବିପଜ୍ଜନକ ହୋଇପାରେ ବୋଲି ଋଷର ତାବନୀ

ନୂଆଦିଲ୍ଲୀ,୨୮/୦୩: ମଧ୍ୟପ୍ରାଚ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରିମଧ୍ୟରେ ଇରାନ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ବିପଜ୍ଜନକ ହୋଇପାରେ ବୋଲି ରୁଷ୍‌ ଚେତାବନୀ ଦେଇଛି । ରୁଷ୍‌ର ସରକାରୀ ପରମାଣୁ କମ୍ପାନି ରୋସାଟମ୍‌ର ପ୍ରମୁଖ  କହିଛନ୍ତି ଯେ, ଇରାନର ବୁଶେହର ପରମାଣୁ ପ୍ଳାଣ୍ଟର ସ୍ଥିତି ଲଗାତାର ବିଗିଡ଼ିବାରେ ଲାଗିଛି। ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁ ପରମାଣୁ ସୁରକ୍ଷା ପ୍ରତି ସିଧାସଳଖ ବିପଦ ସୃଷ୍ଟି ହୋଇଛି। ପରମାଣୁ ପ୍ଲାଣ୍ଟ ନିକଟରେ ଆକ୍ରମଣ ପରେ ସେ ଏହା କହିଛନ୍ତି।  ତେବେ ଏହି ଆକ୍ରମଣ ଯୋଗୁ କାର୍ୟ୍ୟକ୍ଷମ ରିଆକ୍ଟରକୁ କୌଣସି କ୍ଷତି ହୋଇନାହିଁ କି କୌଣସି ପ୍ରକାର ବିକିରଣ ବ୍ୟାପିବା ନେଇ କୌଣସି ସୂଚନା ନାହିଁ। ରୁଷ୍‌ର ବିଦେଶ ମନ୍ତ୍ରଣାଳୟ ଶନିବାର ବୁଶେହର ନିକଟ‌ରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିବା ସହିତ ଏହାର ତୀବ୍ର ନିନ୍ଦା କରିବାକୁ ଦାବି କରିଛି।