ନୂଆଦିଲ୍ଲୀ,୦୯/୦୪: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ । ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତ ସାବ୍ୟସ୍ତ କରୁଛନ୍ତି ଜନତା । ଆସାମ୍ର ୧୨୬ ଆସନ, କେରଳର ୧୪୦ ଆସନ ଏବଂ ପୁଡୁଚେରୀର ୩୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଫଳାଫଳ ଆସନ୍ତା ୪ ତାରିଖରେ ଆସିବ । ଆସାମ, କେରଳ ଓ ପୁଡୁଚେରୀରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୬ କୋଟି ଭୋଟର । ଆସାମରେ ୭୨୨ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି, କେରଳର ସର୍ବାଧିକ ୮୬୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ପୁଡୁଚେରୀରେ ୨୯୪ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ ।