ଜାନୁଆରୀ ୨୧ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର,୧୧/୧୦: ଜାନୁଆରୀ ୨୧ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ନଭେମ୍ବର ୩୦ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଆୟୋଜିତ ବୈଠକରେ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର। ଏହି ବୈଠକରେ ୨୦୨୭ ମସିହା ପାଇଁ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମର ବିଭିନ୍ନ ଦିଗ, ଏହାର କାର୍ୟ୍ୟପନ୍ଥା, ନିର୍ଦ୍ଧାରିତ ସମୟସୀମା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ଜାନୁଆରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସେହିପରି ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ଜାନୁଆରୀ ୧୬ ସୁଦ୍ଧା କରାଯିବ। ଫର୍ମ-୬ରେ ଆବେଦନ କରି ଯୋଗ୍ୟ ଭୋଟର ନିଜ ନାଁ ତାଲିକାରେ ସାମିଲ କରିପାରିବେ। ଫର୍ମ-୬ଏ ରେ ବିଦେଶରେ ରହୁଥିବା ଭାରତୀୟ ନାଁ ପଞ୍ଜୀକରଣ କରିପାରିବେ। ନଭେମ୍ବର ୮ , ୨୦୨୬ ସୁଦ୍ଧା ଓଡ଼ିଶା ଭୋଟରଙ୍କ ସଂଖ୍ୟା ୩ କୋଟି ୧୯ଲକ୍ଷ ୧୨ହଜାର ୬୨୩  ରହିଛି। ସେଥିମଧ୍ୟରେ  ୧କୋଟି ୬୨ଲକ୍ଷ ୫୧ହଜାର ୪୪୩ ପୁରୁଷ ଓ ୧ କୋଟି ୫୬ଲକ୍ଷ ୫୮ହଜାର ୪୦୫ ମହିଳା ଭୋଟର। ରହିଛନ୍ତି। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨ହଜାର ୭୭୫ ରହିଛି।

Leave a Reply

Your email address will not be published. Required fields are marked *