ନୂଆଦିଲ୍ଲୀ,୧୨/୧୧: ଜାମ୍ମୁ-କାଶ୍ମୀର ପୁଣି ଆତଙ୍କବାଦୀଙ୍କ ଆତଙ୍କ । କିସ୍ତଓ୍ୱାର ଜଙ୍ଗଲରୁ ଦୁଇ ଜଣ ନିଖୋଜ ସ୍ପେଶାଲ୍ ପୋଲିସ ଅଫିସର (SPO)ଙ୍କ ମୃତଦେହ ଉଦ୍ଧାର ହୋଇଛି । ଆତଙ୍କବାଦୀମାନେ ଉଭୟଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ଅନୁସାରେ, କିସ୍ତଓ୍ୱାର ଜିଲ୍ଲାର ଦଚ୍ଛନ ଅଞ୍ଚଳରୁ ଦୁଇ ଜଣ SPO ନିଖୋଜ ଥିଲେ । ଦୀର୍ଘ ସମୟ ଧରି ସେମାନଙ୍କର କୌଣସି ଖୋଜଖବର ମିଳିନଥିଲା । ଏହାପରେ ସୁରକ୍ଷା ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଶେଷରେ ଦଚ୍ଛନର ଜଙ୍ଗଲ ଅଞ୍ଚଳରୁ ଉଭୟଙ୍କ ମୃତଦେହ ମିଳିଥିଲା ।