ଭୁବନେଶ୍ୱର,୦୬/୦୬: ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଭୁବନେଶ୍ବର, ବାରିପଦା, ଧର୍ମଶାଳା ସମେତ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ବରର ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, କାନନ ବିହାର ଓ ଚନ୍ଦ୍ରଶେଖରପୁରରେ ଥିବା କୋଠାରେ ଚଢ଼ାଉ ଚାଲିଛି। ଯାଜପୁର ଧର୍ମଶାଳା ରେ ପୈତୃକ ଜମିରେ ଥିବା କୋଠା, ବାରିପଦା ଦେଉଳା ସାହିରେ ସମ୍ପର୍କୀୟଙ୍କ ଘର, ପାଣ୍ଡୁଆରେ ସମ୍ପର୍କୀୟଙ୍କ ଘର, ବାଲିଗୁଡ଼ା କାର୍ଯ୍ୟାଳୟ ଓ ବାଲିଗୁଡ଼ା ସରକାରୀ ବାହସଭବନରେ ଚଢ଼ାଉ ଚାଲିଛି ।