ଉପରାଷ୍ଟ୍ରପତି ନିର୍ବାଚନ, ପ୍ରଥମେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୯/୦୯: ସଂସଦରେ ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିବ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡୀ।

ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନାହିଁ ବିଜୁ ଜନତା ଦଳ । ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମଦୂରତାର ଦ୍ବାହି ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଆଜି ବିଜେଡିର ୭ ରାଜ୍ୟସଭା ସାଂସଦ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ। ବିଜେଡିର ଏଭଳି ନିଷ୍ପତ୍ତି ପରେ ନବୀନଙ୍କ ଆଭିମୁଖ୍ୟକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ ।