ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୮ ଜଣ ମନ୍ତ୍ରୀଙ୍କୁ ଦିଆଗଲା ୮ଟି ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୨୬/୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ତଦାରଖ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କୋରାପୁଟ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି। ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ କନ୍ଧମାଳ ଏବଂ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ଗଞ୍ଜାମ , ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବରଙ୍ଗପୁର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଳାହାଣ୍ଡି ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଜପତି ଜିଲ୍ଲାର ଦାୟିତ୍ୱ ସମ୍ଭାଳିବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା, ପ୍ରଶାସନିକ ପ୍ରସ୍ତୁତି ଏବଂ ଜିଲ୍ଲାସ୍ତରରେ ଆବଶ୍ୟକୀୟ ବ୍ୟବସ୍ଥାର ତଦାରଖ ଉପରେ ମନ୍ତ୍ରୀମାନେ ଗୁରୁତ୍ୱ ଦେବେ।

Leave a Reply

Your email address will not be published. Required fields are marked *