ନୂଆଦିଲ୍ଲୀ,୧୩/୧୦: UPI ପେମେଣ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍ । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ MDR ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଘୁଞ୍ଚାଇ ଦେଇଛି ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)। ଅକ୍ଟୋବର ୧୩ରେ ଜାରି ଏକ ପ୍ରେସ୍ ନୋଟ୍ରେ ସଂସ୍ଥା ଏହି ସୂଚନା ଦେଇଛି । ଦୀପାବଳି ପରେ, ନଭେମ୍ବର ଦ୍ୱିତୀୟ ସପ୍ତାହରେ ଏହା ଲାଗୁ କରିବା ନେଇ ବିଚାର କରାଯାଇଥିବା ସୂଚନା ମିଳିଛି । ତେବେ ନୂଆ ତାରିଖ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଅକ୍ଟୋବର ୧୫ ତାରିଖରୁ ଶୁଳ୍କ ଲାଗୁ ନେଇ ଘୋଷଣା ହୋଇଥିଲା । ଏବେ ନିଷ୍ପତ୍ତି ବଦଳିବା ପରେ ଆଶ୍ୱସ୍ତ ହୋଇଛନ୍ତି ୟୁପିଆଇ ବ୍ୟବହାରକାରୀ ।