ଭୁବନେଶ୍ୱର,୧୩/୧୦: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟବାସୀଙ୍କ ହିତ ଉଦ୍ଦେଶ୍ୟରେ ନିଆଯାଇଛି ଏକାଧିକ ବଡ଼ ପଦକ୍ଷେପ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି ସମେତ ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କ୍ୟାବିନେଟ୍ ମୋଟ ୧୧ଟି ବିଭାର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।
ଏହି ବୈଠକରେ ପାରିତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ସାଧାରଣ ଲୋକଙ୍କ ସାମାଜିକ ନିରାପତ୍ତା ଏବଂ ଜୀବନଧାରଣର ମାନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ତଥା ଉଚ୍ଚଶିକ୍ଷା କ୍ଷେତ୍ରରେ କେତେକ ବଡ଼ ସଂସ୍କାରମୂଳକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ତୃଣମୂଳ ସ୍ତରର ସେବା ଯୋଗାଣକାରୀ କର୍ମଚାରୀଙ୍କ ସଶକ୍ତୀକରଣ ଏବଂ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସୁଯୋଗ ସମ୍ପ୍ରସାରଣ ପାଇଁ ବୈଠକରେ ବ୍ୟାପକ ଆଲୋଚନା କରାଯାଇ ନୀତିଗତ ଅନୁମୋଦନ ଦିଆଯାଇଛି । ଏହା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସନ୍ତୁଳିତ ବିକାଶ ବଜାୟ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ମଜଭୁତ କରିବା ପାଇଁ ଭିତ୍ତିଭୂମି ନିର୍ମାଣ, ଶିଳ୍ପ ଏବଂ କୃଷି ଆଧାରିତ ଉଦ୍ୟୋଗଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି । ବିଶେଷ କରି ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ପାରମ୍ପରିକ ବୟନ ଶିଳ୍ପର ବିକାଶ ଓ କୃଷି ଉତ୍ପାଦନର ଉଚିତ୍ ବିନିଯୋଗ ଲାଗି ସ୍ୱତନ୍ତ୍ର ଯୋଜନାକୁ ଅନୁମୋଦନ ମିଳିଛି ।