ନୂଆଦିଲ୍ଲୀ, ୧୮/୦୫: ଆମେରିକାରେ ଆୟୋଜିତ ଏକ ଏୟାର ସୋ’ ସମୟରେ, ଆମେରିକାର ନୌସେନାର ଦୁଇଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହିତ ଧକ୍କା ହୋଇଥିଲେ। ହଜାର ହଜାର ଲୋକ ଆକାଶରେ ଯୁଦ୍ଧ ବିମାନର ଆଶ୍ଚର୍ଯ୍ୟଜନକ କଳାକୌଶଳ ଦେଖୁଥିବା ସମୟରେ ଏହି ଘଟଣା ଘଟିଥିଲା। ଏହି ଦୁର୍ଘଟଣା ନେଇ କାର୍ଯ୍ୟକ୍ରମ ସ୍ଥାନରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଦର୍ଶକମାନେ ଭୟଭୀତ ହୋଇଯାଇ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ରିପୋର୍ଟ ଅନୁସାରେ, ଆଇଡାହୋର ବୋଇସର ଦକ୍ଷିଣ-ପୂର୍ବରେ ଥିବା ମାଉଣ୍ଟେନ୍ ହୋମ୍ ଏୟାର ଫୋର୍ସ ବେସ୍ରେ ‘ଗନଫାଇଟର୍ ସ୍କାଏଜ୍ ଏୟାର ସୋ’ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆମେରିକୀୟ ନୌସେନା ବୋଇଂ ଏଫ୍/ଏ-୧୮ଇ/ଏଫ୍ ସୁପର ହର୍ନେଟ୍ ଏବଂ ବୋଇଂ ଇଏ-୧୮ଜି ଗ୍ରୋୱଲର ମଧ୍ୟରେ ଧକ୍କା ହୋଇଥିଲା।ଭୟଙ୍କର ଧକ୍କା ସତ୍ତ୍ୱେ, ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ଯେ ୪ କ୍ରୁ ସଦସ୍ୟ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ।