ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଥିରୁପରାଙ୍କୁନ୍ଦ୍ରମ ପାହାଡ଼ ଉପରେ ଥିବା ଦୀପଥୂଣ ସ୍ଥାନରେ ଜଳିବ ଦୀପ

ନୂଆଦିଲ୍ଲୀ, ୨୦/୧୧: ତାମିଲନାଡ଼ୁର ମଦୁରାଇସ୍ଥିତ ଥିରୁପରାଙ୍କୁନ୍ଦ୍ରମ ପାହାଡ଼ରେ ଦୀପ ଜଳାଇବାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାହାଡ଼ ଉପରେ ଥିବା ‘ଦୀପଥୂଣ’ ସ୍ଥାନରେ ଚଳିତ ନଭେମ୍ବର ୨୪ ତାରିଖରେ ଥରକ ପାଇଁ କାର୍ତ୍ତିଗାଇ ଦୀପମ୍ ଜଳାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ଏହି ଅନୁମତି ସ୍ଥାୟୀ ନୁହେଁ, ବରଂ ଏକକାଳୀନ ବ୍ୟବସ୍ଥା ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି । ଏଥିସହ ଦୀପ ଜଳାଇବା ସମୟରେ ସାଧାରଣ ଲୋକଙ୍କୁ ପାହାଡ଼ ଉପରକୁ ଯିବାକୁ ଅନୁମତି ମିଳିବ ନାହିଁ। ଅର୍ଥାତ୍ ଦୀପ ଜଳିବ, କିନ୍ତୁ ସେହି ସ୍ଥାନରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିବ ।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟ ପୂର୍ବରୁ ଦେଇଥିବା ରାୟର କିଛି ଅଂଶ ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଦୀପ ଜଳାଇବା ପରମ୍ପରାକୁ ପୁନଃ ଆରମ୍ଭ କରିବା ସମ୍ପର୍କିତ ନିର୍ଦ୍ଦେଶର କିଛି ଅଂଶ ଏହି ରୋକ୍‌ରେ ସାମିଲ ରହିଛି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ନଭେମ୍ବର ୨୪ ତାରିଖରେ ଦୀପ ଜଳାଇବା ପାଇଁ ରାସ୍ତା ଖୋଲିଛି।

Leave a Reply

Your email address will not be published. Required fields are marked *