ଭୁବନେଶ୍ୱର,୨୧/୧୧: ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଗତ କିଛିଦିନ ଧରି ସୁନା ଦରରେ ଲଗାତାର ହ୍ରାସ ଘଟୁଛି ।
ତଥ୍ୟ ଅନୁସାରେ, ନଭେମ୍ବର ୮ ତାରିଖରେ ଦୀପାବଳି ସମୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୪୩ ହଜାର ୫୭୦ ଟଙ୍କା ଥିଲା। ନଭେମ୍ବର ୨୧ ତାରିଖ ସୁଦ୍ଧା ଏହା ହ୍ରାସ ପାଇ ୧ ଲକ୍ଷ ୨୫ ହଜାର ୮୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଏହି ସମୟ ମଧ୍ୟରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୮ ହଜାର ୪୯୦ ଟଙ୍କା ଶସ୍ତା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ମଧ୍ୟ କମିଛି । ଦୀପାବଳି ସମୟରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୧ ହଜାର ୬୦୦ ଟଙ୍କା ଥିବାବେଳେ ଏବେ ଏହା ୧ ଲକ୍ଷ ୧୪ ହଜାର ୬୫୦ ଟଙ୍କାକୁ ଖସିଆସିଛି । ଫଳରେ ୨୨ କ୍ୟାରେଟ୍ ସୁନା ଦରରେ ୧୬ ହଜାର ୯୫୦ ଟଙ୍କା ହ୍ରାସ ଘଟିଛି ।