ଏନ୍‌ସିଇଆର୍‌ଟିର ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ଉପରେ ବ୍ୟାନ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬/୦୨: ସୁପ୍ରିମକୋର୍ଟ ଏନ୍‌ସିଇଆର୍‌ଟିର ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ଅଧ୍ୟାୟ ସମ୍ପର୍କରେ ଏକ ସ୍ୱତଃପ୍ରବୃତ୍ତ ମାମଲାର ଶୁଣାଣି କରୁଛନ୍ତି । ସିଜେଆଇଙ୍କ ଅସନ୍ତୋଷ ପରେ,ଏନ୍‌ସିଇଆର୍‌ଟି ପୁସ୍ତକଟିକୁ ପ୍ରତ୍ୟାହାର କରିନେଇଥିଲା। ପରିଷଦ ମଧ୍ୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲା। କୋର୍ଟ ଶୁଣାଣି ସମୟରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ  କହିଛନ୍ତି, ପ୍ରଥମେ, ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ। ସ୍କୁଲ ଶିକ୍ଷା ସଚିବ ଏଠାରେ ଅଛନ୍ତି ।

ତେବେ ସିଜେଆଇ କହିଛନ୍ତି ଜାଣିଶୁଣି ଏଭଳି କରାଯାଇଛି। ସେ ଭର୍ତ୍ସନା କରି କହିଛନ୍ତି ଯେ, କେବଳ କ୍ଷମା ମାଗିବା କିମ୍ବା ଅଧ୍ୟାୟକୁ ହଟାଇବା ଯଥେଷ୍ଟ ନୁହେଁ। ସୁପ୍ରିମକୋର୍ଟ ଏନ୍‌ସିଇଆର୍‌ଟିକୁ ଏହା ପଛରେ କିଏ ଅଛି ତାହା ପ୍ରକାଶ କରିବାକୁ କହିଛନ୍ତି। ସମ୍ପୂର୍ଣ୍ଣ ମାମଲା ପ୍ରକାଶ ନହେବା ପର୍ଯ୍ୟନ୍ତ ଶୁଣାଣି ଜାରି ରହିବ। ସୁପ୍ରିମକୋର୍ଟ ଏନ୍‌ସିଇଆର୍‌ଟି ଏବଂ ଶିକ୍ଷା ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୧ ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ।