ଜେଲଦଣ୍ଡରେ ଦଣ୍ଡିତ ହେଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଭୁବନେଶ୍ୱର,୨/୦୭:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ପୁଣି ବଢିଲା ଅଡୁଆ । ଅଦାଲତ ଅବମାନନା ମାମଲାରେ କୋର୍ଟ ଏବେ ତାଙ୍କୁ ୬ ମାସର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଂଲାଦେଶର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଦଣ୍ଡ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ କୋର୍ଟ ଦେଇଛନ୍ତି । ବୁଧବାର ଦିନ ତିନି ସଦସ୍ୟ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୂଚନା ମୁତାବକ ଗତବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ ଲିକ୍ ହୋଇଥିଲା । ଏହି ଅଡିଓ କ୍ଲିପରେ ଶେଖ ହସିନା ଗୋବିନ୍ଦଗଞ୍ଜ ଓପଜିଲ୍ଲା ଚେୟାରମ୍ୟାନ ଶକିଲ ବୁଲବୁଲଙ୍କ ସହ କଥା ହୋଇଥିଲେ । ଏଥିରେ ସେ କହୁଥିଲେ କି ମୋ ବିରୋଧରେ ୨୭୭ ମାମଲା ଦାଖଲ ହୋଇଛି ।