ନୂଆଦିଲ୍ଲୀର ଯଶୋଭୂମିଠାରେ ଓଡ଼ିଶା ପାଭିଲିୟନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୦୯: ସେମିକନ୍‌ ଇଣ୍ଡିଆ ୨୦୨୬ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଯଶୋଭୂମିଠାରେ ଓଡ଼ିଶା ପାଭିଲିୟନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପାଭିଲିୟନ ଓଡ଼ିଶାର ସେମିକଣ୍ଡକ୍ଟର ପ୍ରସ୍ତାବକୁ ସମ୍ମୁଖକୁ ଆଣିବା ସହ ସେମିକଣ୍ଡକ୍ଟର ନିର୍ମାଣ, ଆଡଭାନ୍ସଡ୍ ପ୍ୟାକେଜିଂ, ଚିପ୍ ଡିଜାଇନ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରମୁଖ ପ୍ରକଳ୍ପ, ନୀତିଗତ ପ୍ରୋତ୍ସାହନ, ଭିତ୍ତିଭୂମି ଏବଂ ପୁଞ୍ଜିନିବେଶର ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରୁଛି। ପୁଞ୍ଜିନିବେଶ, ଇନୋଭେସନ ଏବଂ କୁଶଳୀ ରୋଜଗାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତର ସେମିକଣ୍ଡକ୍ଟର ଅଭିବୃଦ୍ଧିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ପାଇଁ ଓଡ଼ିଶା ଆବଶ୍ୟକୀୟ ପରିବେଶ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ  ସେମିକନ୍ ଇଣ୍ଡିଆ  ୨୦୨୬ ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।  ଶିଳ୍ପ ବିଶେଷଜ୍ଞ, ପୁଞ୍ଜିନିବେଶକାରୀ ଏବଂ ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *