ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଆଜି ବି ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର,୧୨/୦୯: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗତ ଗୁରୁବାରଠାରୁ ଜିଲ୍ଲାରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫୁଲିଛି ନଦୀ, ଜାତୀୟ ରାଜପଥ ୩୨୬ର କାଙ୍କରକୁଣ୍ଡା ଏବଂ ପୋଟେରୁ ପୋଲ ଉପରେ ଚାଲିଛି ବନ୍ୟାଜଳ। ଫଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ପ୍ରଭାବିତ ହୋଇଛି। ଆଜି ପାଇଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତେଣୁ ଆଗକୁ ବର୍ଷା ଆହୁରି ବଢ଼ିଲେ ସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା ରହିଛି। ସ୍ଥିତି ଉପରେ ପ୍ରଶାସନ ଓ ପୋଲିସର କଡ଼ା ନଜର ରହିଛି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ନେଇ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ରହିଛି। ଶୁଖିଲା ଖାଦ୍ୟ ମହଜୁଦ ଥିବା କହିଛନ୍ତି ଜିଲ୍ଲାପାଳ। ଏବେ ସ୍ଥାନାନ୍ତର ପରିସ୍ଥିତି ସୃଷ୍ଟି ହୋଇନାହିଁ।

Leave a Reply

Your email address will not be published. Required fields are marked *