ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର-୨୦୨୬ ଘୋଷଣା: ସଂଜୀବ ପଣ୍ଡା ଓ ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪/୦୯: ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର-୨୦୨୬ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୧୭ ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଏହି ସମ୍ମାନ ପାଇବେ ବୋଲି ଜଣାଯାଇଛି। ଘୋଷିତ ତାଲିକା ଅନୁସାରେ, ୫ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ସେହିପରି ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ କରାଯିବ । ଏହି ସମ୍ମାନ ତାଲିକାରେ ରହିଛି ଓଡ଼ିଶା ପୋଲିସ୍‌ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିକଟରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ସଂଜୀବ ପଣ୍ଡା। ସେହିପରି ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି ।

Leave a Reply

Your email address will not be published. Required fields are marked *