ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡ଼େଇ ଦେବାକୁ ଆସିଲା ଧମକ

ନୂଆଦିଲ୍ଲୀ,୧୪/୦୮: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡ଼େଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଜାତୀୟ ରାଜଧାନୀର ଅନେକ ସ୍ଥାନରେ ବୋମା ବିସ୍ଫୋରଣ କରାଯିବାକୁ ଧମକ ମିଳିଛି। ଧମକ ମିଳିବା ପରେ ପୂରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶନିବାର ଅପରାହ୍ଣ ୨ଟା ୧୧ ମିନିଟରେ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣ କରାଯିବାକୁ ଧମକପୂର୍ଣ୍ଣ ଇମେଲରେ ଉ‌ଲ୍ଲେଖ ରହିଛି । ଖଲିସ୍ତାନ ନାମରେ ପଠାଯାଇଥିବା ଏହି ଇମେଲ୍‌ରେ ସହରର ଅନେକ ସ୍ଥାନକୁ ବିସ୍ଫୋରଣ ଉଡ଼େଇ ଦେବାକୁ ଯୋଜନା ରହିଥିବା ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ରେ ଦିଲ୍ଲୀକୁ ଖଲିସ୍ତାନରେ ପରିଣତ କରାଯିବାକୁ ଧମକ ଦିଆଯାଇଛି।

Leave a Reply

Your email address will not be published. Required fields are marked *