ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘାୟୁ କାମନା ନିମନ୍ତେ ମନ୍ଦିରରେ ମହିଳାଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର,୧୬/୦୫: ଆଜି ହେଉଛି ସାବିତ୍ରୀ ବ୍ରତ । ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି । ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରିଛନ୍ତି । କେହି କେହି ମନ୍ଦିରରେ ତ ପୁଣି କିଏ ଘରକୁ ପୂଜକଙ୍କୁ ଡକାଇ ପୂଜା କରିଛନ୍ତି। ମହିଳାମାନେ ପୂଜାର୍ଚ୍ଚନା ପରେ ନୂଆ ଶାଢ଼ୀ ପିନ୍ଧିବା ସହ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି ପିନ୍ଧି ସଜେଇ ହୋଇ ପୂଜା କରିଥାନ୍ତି। ସେପଟେ ବ୍ରତ ପାଇଁ ଉପବାସ ରହି ମନ୍ଦିର ଯାଇ ପୂଜାକରି ଫଳ ଭୋଗ କରିବେ। ସେଥିପାଇଁ ଫଳ ବଜାରରେ ପ୍ରବଳ ଭିଡ଼। ଫଳର ଦର ବି ଆକାଶ ଛୁଆଁ। ସାବିତ୍ରୀ ବ୍ରତ ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ସୁନ୍ଦର ବାଲୁକା କଳା ମାଧ୍ୟମରେ ସଧବା ନାରୀଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନା ଓ ମଙ୍ଗଳମନାସୀର ଶୁଭେଚ୍ଛା ଜଣାଇଥାନ୍ତି। ଏହି କଳାକୃତିରେ ସାବିତ୍ରୀ-ସତ୍ୟବାନଙ୍କ କାହାଣୀ ଓ ପୂଜାବିଧିକୁ ଅତି ନିଖୁଣ ଭାବେ ବ୍ରତର ମହତ୍ତ୍ୱକୁ ପରିପ୍ରକାଶ ହୋଇଛି।

Leave a Reply

Your email address will not be published. Required fields are marked *