ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ପୁଲିସଙ୍କ ଜୀବନ

ଭୁବନେଶ୍ୱର,୨୨/୦୨: ଗୋଟିଏ ଥାନାର ୫ଜଣ ପୁଲିସଙ୍କ ଚାଲିଗଲା ଜୀବନ । ସେମିତି ଏକ ଛାତିଥରା ଦୁର୍ଘଟଣା ଘଟିଛି ଝାରସୁଗୁଡାରେ ।  ଭୟଙ୍କର ଦୁର୍ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୂରା ଅଞ୍ଚଳ ।  ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି କର୍ତ୍ତବ୍ୟରତ ୫ ପୁଲିସ କର୍ମଚାରୀଙ୍କ ଜୀବନ । ଶବ ବ୍ୟବଛେଦ ପରେ ୫ଜଣଙ୍କୁ ଶେଷ ସମ୍ମାନ ଜଣାଇ ବିଭାଗ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ ଅନର ।ପାଟ୍ରୋଲିଂ ସାରି ଭ୍ୟାନରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଥାନାକୁ ଫେରୁଥିଲେ ୮ଜଣ ପୁଲିସ୍ କର୍ମଚାରୀ। ଥାନାଠାରୁ ଶହେ ମିଟର ପୂର୍ବରୁ କଣ୍ଟାପାଲି କଲେଜ ପାଖରେ ହୋଇଥିଲା ମର୍ମନ୍ତୁଦ ଦୁର୍ଘଟଣା। ସାମନା ପଟ୍ଟୁ ଆସୁଥିବା ଏକ ୧୮ ଚକିଆ ଟ୍ରଲର ପୁଲିସ ଗାଡିକୁ ମୁହାଁମୁହିଁ ଧକ୍କା ଦେଇଥିଲା।